25th July 2024
– ଡୋଳାମଣି ତ୍ରିପାଠୀ
ବାଏଙ୍ଗନ୍ ପଲ୍ଲି ଆମ୍ ଖାଏବାକେ ଟୁଣ୍ ମୁଡ଼୍ ସଜେଇ ଆସିକରି ଅବଗା ଟିର୍କେଲ ଆମୁଲ ଚାଟ୍ଲା ମେତାର୍ ଲାଗୁଥେ ସମ୍କୁଁ। ପଲାବାକେ ବି ଦମ୍ ନାଇଁ ପୁରୁଥେ କାହାରିର୍। ଗୋଡ଼୍ ହାତ୍ ସପ୍ ସପ୍ ବସି ଯଉଥେ।
ଗଲା ବଛରର୍ କଥା। ଅଷାଢ୍ ସରି ସରି ଆସୁ ଥାଏ। ସକାଲୁଁ ସକାଲୁଁ ବନେ ଅଛ୍ରେ ବର୍ଷି ଦେଇ ଛାଡି ଯାଇ ଥାଏ। ପୁରୁବ୍ ଦିଗ୍କେ ଲା…ଲ୍ କରି ବେଲ୍ ଉଦି ଉଦି ଆସୁଥେ। ଫୁତ୍କି ବେଙ୍ଗ୍ ଛପ୍ ଛପ୍ ପାନି
କେଁ କଟର୍ କଟ୍,କର୍ କଟ୍ କଟ୍ କଟ୍;
କେଁ କଟର୍ କଟ୍, କଟ୍ କଟ୍ କଟ୍ କଟ୍
କରି ଗୁଗାତେଲ୍ ନର୍ଦୁ ଥିଲା। ମାଲ୍,ବାହାଲ୍, ଆଖର୍ ପାଖର୍ ଢୁଡା, ନଲିଆ; ଡାକେ ଦୂରିଆର୍ ରକ୍ସି,ମକା,ଗୁର୍ଜି,ମୁଗ୍,ବିର୍ହି, ମୁଫଲି ଟିକରା ଯେହିଁ ଯେହିଁ ବେଙ୍ଗ୍ ମାନକଁର୍ ବସା ଥିଲା; ସମ୍କୁଁ ଶୁନାତେଲ୍।
କା’ଣା ହେଲା, କେନ୍ତା ହେଲା ଜାନ୍ବାକେ କାଣି, କୁଜି, ପାଏନ୍ ବେଙ୍ଗା, ବାହ୍ମନି ବେଙ୍ଗା, କାଠ ବେଙ୍ଗା ଆର୍ ଆର୍ ଯେନ୍ ଯେନ୍ ବର୍ଗିଆ ବେଙ୍ଗା ଥିଲେ; କେଁ କଟ୍ କଟ୍, କଟର୍ କଟ୍, କଟ୍ କଟ୍ ଫଟ୍, ଫଟ୍ ଫଟ୍ କଟ୍, କଟର୍ ଫଟ୍, ଫଟର୍ କଟ୍ କର୍ତେଲ ତା’ର୍ ପଛେ ପଛ୍ ଲମ୍ଲେ କବାର୍ ବୁତା ପାଶ୍ରି ଦେଇ।
ପଧାନ୍ ଘରର୍ ଭୁତ୍କି ଚହଲା ନ ଯାଇ ଥେବ୍ଲା ଫୁତ୍କି ବେଙ୍ଗ୍। ପଛେ ପଛ୍ ସବୁ ବେଙ୍ଗା ଯାଇ ଠୁଲ ହେଇ ଗଲେ । ସଁ ସଁ ହେଇ ଜୋର୍ ଜୋର୍ସେ ସାହାଁସ୍ ଯାନା ଆନା କରୁଥିଲା ତ ଫୁତ୍କି ଟୁଣ୍ ନାଇଁ ଖୁଲି ପାର୍ଲା ଘଡେ ତକ୍। ବନେ ଛନେ ଜୋର୍ ଜୋର୍ସେ ସାଁହାସ୍ ନେଲା ଉତାରୁ ଟିକେ ଦମ୍ ପୁରଲା। ଟୁଣ୍ ଫୁଟେଇ କିଛି କହେବାକେ କୁଶିସ୍ କଲା; ତଥାବି ଫୁଟେଇ ନାଇଁ ପାର୍ଲା ଟୁଣ୍। ହେନ୍ତା ହାଁପ୍ତେଲ ଆଗର୍ ଦୁହି ଗୋଡ଼୍ ଟେକି କୁହୁନି ନୁ ପଦୁଁ ତକ୍ ଦୁଇ ଥର୍ ତଲ୍ ଉପର୍ କଲା।
ବାକି ମାନେ ଠାର୍ ବୁଝିଗଲେ; ବସ ବସ କହୁଛେଁ। ଚହଲା ଭାଆଁରେ ପାଏନ୍ ତରେ ତରେ ନିଜର୍ ନିଜର୍ ଠାନ୍ଟେ ଲେଖା କରି ଥ’ ହେଇ ସଭେ ବସି ପଡ୍ଲେ। ଘଡେ ଉତାରୁ ଫୁତ୍କି ବେଙ୍ଗାର୍ ନିଶାସ୍ ପରଶାସ୍ ପୁରା ସମ୍ ହେଲାନ ବଲି ଠଅରାଲା କି ବାମ୍ହନି ବେଙ୍ଗ୍ କେଁ…କଟ୍ କଟ୍, କେଁ… କଟ୍ କଟ୍ କରି କାଏଁ ହେଲା ଯେ ଡାକଲା ବଲି ଗୁଚ୍ରି ଵସ୍ଲା।
କଟ୍ କଟ୍ କଟ୍ କଟ୍…କଟ୍,
କଟ୍ କଟ୍ କଟ୍ କଟ୍…କଟ୍ ,
କରି ଫୁତ୍କି ବେଙ୍ଗା କହେଲା; ମାଈ ବେଙ୍ଗ୍ ତା’ର୍ ଛୁଆକର୍ ଲାଗି ଚରା ଖୁଜି ଯାଇଛେ। ବେଙ୍ଗ ଛୁଏ ସାରୁ ବୁଟାର୍ ଭାଁଆରେ ଦୌଡା ଦୌଡି ହେଇ ରେସ୍-ଟ୍ରିପ୍ ଖେଲୁଥିଲେ। କେଭେ କାଲେ ନାଇଁ, ଆଏଜ୍ କେନ୍ତା ଯେ ସଖାଲୁଁ ସଖାଲୁଁ ମହାଦେବ୍ ଗୁଡ଼ିର ଷଁହଡ଼୍ ଧର୍ସେ ଧର୍ସେ ବନ୍ଧ୍ ତଲେ ତଲେ ଚର୍ତେଲ ଆସୁଥିଲା। ସାରୁ ବୁଟା ତରାର୍ ଆରି ଜହକରି ଘାଁସ ପାଆଁଲିଛେ ତ ସେନ ମନ୍କେ ମନ୍ ଚରି ଵସଲା । ଷଁହଡକେ ଦେଖି ବେଙ୍ଗ୍ଲି ସବୁ ଡରହେ ସର୍ପଟି ଯାଇଛନ୍। ତାକର୍ ମାଁ ଫିର୍ଲେ ଅବେଶ୍ କହେବେ।
ମାଁ ଗୋ ମାଁ…..; କେଡ଼୍ହେ ଜଁତୁଟେ ଆଇଥିଲା। ଆମେ ସାରୁ ବୁଟା ତରେ ଖେଲୁ ଥିଲୁଁ। ଡର୍ହେ ସର୍ପଟି ଗଲୁଁ।
ଏତ୍କି ଶୁନି ଦେଲେ ମାଈ ଆର୍ ଠହରି ପାର୍ବା ବଲୁଛ…! ମୁଲହୁଁ ନାଇଁ !!
ବାକି ବେଙ୍ଗମାନେ ମୁଡ଼୍ ମାନ୍କୁଁ ଦୁଇ ଥର୍ ଲେଖା ତଲ୍ ଉପର୍ କରି ହୁଁକାର୍ ଦେଲେ; ସଥେ ତ !
ଲାଲ୍ ଚିତ୍ରି ବେଙ୍ଗ୍ ବଢେ ଉଷତ୍ ହେଇ ନମୁନାଟେ ଦେଖାବାକେ ଫୁତ୍ କରି ଡେଗି ପଡ଼୍ଲା ସମ୍କିରିର୍ ମଏଝ୍କେ । ପଛର୍ ଦୁହି ଗୁଡର୍ ଭାରା ନ ଠିଆ ହେଇ; ଆଗ୍ ଗୋଡ଼୍ ଦୁଇଟାକେ ଉପର୍କେ ଟେକି ଡେନା ମେତାର୍ ପେସରାତେଲ କହି ବସ୍ଲା;
ଏଡକି…….?
-ନାଇଁ ଗୋ ମାଁ ; ଆର ବଡ଼୍ ।
ଏଡକି……?
-ଆର ବଡ଼୍ ।
ଆର୍ ବଡ଼୍ ….ଆର୍ ବଡ଼୍…. ହେଇ ହେଇ ଶେଷକେ…..!?
ଟିକେ ପଜ୍ ଦେଇ କହେମି ବଲୁଛେ କି ବାକି ସବ୍ ବି ତା’ର୍ ସାଙ୍ଗେ ଗୁଟେ ରାହା ନ କହି ପକାଲେ, ଢୋ….!!!
କେଁ…କେଁ…କେଁ,କଟ୍ କଟ୍ କଟ୍,କର୍ର କର୍ର କର୍ର କରି ଯେ ଯାହାର୍ ବତ୍ରେ ଖୁସୀ ନ ଉଛ୍ଲି ପଡ଼୍ଲେ।
ଢୋଡୋ ବେଙ୍ଗା ବଢେ ଉଷତ୍ ହେଇ କହେଲା, ବନେ ଖବର୍ଟେ ଦେଲୁ ଗା। ହେତ୍କି ଦିନୁ ଫେର୍ ଘାଏ ହେନ୍ତା ମଜାଟେକେ ସୁମ୍ରି ସୁମ୍ରି ବୁଢ଼ା ହେଇ ବସଲି ନ। ମୌକା ନାଇଁ ମିଲୁଥେଇଁ। ଯାହା ହଉ ବୁଢା କାଲେ ହେଲେ ଆର୍ ପାରେ ମଜାଟେ ଦେଖି ହେବା।
ଘୁଲି ବେଙ୍ଗ କହେଲା; ହଏ ବୋ…,ହେ ମଲା ବେଙ୍ଗ୍ ପରେ ତୋର୍ ନିଜର୍ ବହୁ ଥିଲା।
ଢୁଡା ବେଙ୍ଗ୍ କହେଲା;
ସତ୍ କଥା ଥିଁ କାଏଁ ଦଦା ବହୁ ହୋ ! ଯେ ଗରବ୍ କଲା, ସେ ତା’ର ଫଲ୍ ଭୁଗ୍ଲା !
ବାମ୍ହିନି ବେଙ୍ଗ୍ କହେଲା, ଛାଡ଼୍ ସେ ଗଲା କଥା। ମୌକାଟେ ମିଲିଛେ ହେଟା ବଡ଼୍ କଥା। ମଜା ନେବାର୍ ଅଛେ ବୈଲେ ଜଲ୍ଦି ଜଲ୍ଦି ଯିମା ଚାଲ ସାରୁ ବୁଟା ନିକେ।
ଢୁଡ଼ା ବେଙ୍ଗ୍ ତାର୍ କଥା ଆଉ ନାଇଁ ଲମେଇ କରି କହେଲା; ଯଉଁ ସିନେ; ଯେ ଯାହାର୍ ବତ୍ରେ ଲୁକି ଥିମା। ମାଈ ବେଙ୍ଗା ଆଏଲେ କଲେ କଲେ ଆର୍ ଟିକେ ପାଖ୍କେ ଲାଗି ଯାଇ ଜୁହି କରି ଦେଖ୍ମା। ଫୁଲି ଫୁଲି ମାଈର୍ ପେଟ୍ ଫାଟ୍ବା। ବଢିଆ ମଜା ଲାଗ୍ବା।
ବେଙ୍ଗ୍ ପୁଟିଟେ ମନ୍ ମାରି କରି ବସି ଥାଏ। ତାହାକେ ଦେଖି ଚିତ୍ରି ବେଙ୍ଗ୍କେ ଅଡୁଆ ଲାଗ୍ଲା। ବେଙ୍ଗ୍ ପୁଟି ପାଖ୍କେ ଟିକେ ଖଁସ୍ରି ଯାଇ ଗୁଚ୍ରିଲା, କାଏଁ ହେଲା ବୋ…, ମୁହଁ ଉଲ୍ମେଇ ଦେଇଛୁ ଯେ ?
ଆମେ ପୁହୁଁଚିତେ ସାଏର୍ ମାଈ ବେଙ୍ଗ ତତାପନା ଆଏଲେ ସିନେ ଦେଖି ହେବା। ଜହ ବେଲ ଟାକବାକେ ପଡ଼୍ଲେ ବିନ୍ ପାନି ମୁଇଁ କେନ ରହି ପାର୍ମି। ଶୁଖି ଟେଟ୍ଙ୍ଗେଇ ମରି ନାଇଁ ଯାଏଁ କାଏଁ…?
ବାମ୍ହନି ବେଙ୍ଗ୍ର ବୁଦ୍ଧି କେତ୍ନି କେତେ ! ବାମ୍ହନ୍ କୁଲେ ଜନମ୍ ହେଇଛେ। କେତେ କେତେ ଶାସ୍ତର୍-ପୁରାନ୍ ପଢିଛେ। ଅଏତ୍କା ବୁଦ୍ଧି ନାଇଁ ହେବା କାଏଁ ! ମୁଡ଼୍କେ ଟିକେ ଝାରି ଝୁରି ହେଲା କି ଟପୋ କରି ବଢିଆ ଉପେଟେ ଡଗୋ ଡଗୋ ଦିଶ୍ଲା।
ସମ୍କୁଁ ବୁଝାଲା ବାଗିର୍ ପ୍ଲାନ୍ ବତାଲା। ସାରୁ ବୁଟାନୁ ହାତ୍ଦୁ ଛାଡି ବଢଲ୍ ଗଛ୍ଟେ ଅଛେ। ତା’ର୍ ଡାଲ୍ଟେ ସାରୁ ବୁଟାର୍ ଠିକ୍ ଉପର୍ ତକ୍ ପେସ୍ରିଛେ। ହେନ ଗଛ୍ ବେଙ୍ଗା ଯଦି ବସିଥିବା ଚାର୍ହିକୁତି ନଜର୍ ରଖି ପାର୍ବା। ମାଈବେଙ୍ଗା ସାରୁ ବୁଟା ପାଖ୍କେ ଆଏଲେ ଆମ୍କୁ ଡାକ୍ବା।
ତ ସବ୍ ନିଜର୍ ନିଜର୍ ସଜ୍ କରି ପାଖ୍କେ ପାଖ୍କେ ଲାଗି ଯିମା ଯେନ୍ତାକି ମାଈ ବେଙ୍ଗ ସାଙ୍ଗେ ଛୁଆକୁ ଫଟିକ୍ ନିଘା କରି ହେବା।
ହେ ଘଡେ଼ ଥିନ୍ ତୋର୍ ଦିହି କେନ ଶୁଖା କାଠ୍ ହେଇଯିବା ବୋ …! ମଜା ଦେଖି ସାର୍ତେ ସାର୍ତେ ଯେ ଯାହାର୍ ବତ୍ରେଁ ନାଇଁ ପଲାମା କାଏଁ !?
କଥାଟା ସମ୍କିରିର୍ ମନ୍କେ ପାଏଲା। ହେଲେ ଫିର୍ ଫିରି ବେଙ୍ଗର୍ ଡାଉଟ୍ଟେ ରହି ଗଲା। ହେଡକି ରିଷୁ କିକେଇ କିକେଇ ଡାକ୍ଲେ ମାଈ ବେଙ୍ଗାର ମାଈପିଲା ବି ତ ଶୁନ୍ବେ। କାଏଁ ହେଲା ବଲି ଇଆଡେ ମନ୍ ଦେଇ ବସ୍ଲେ ଛୁଆ ମାନେ ଆର କେନ ଷଁହଡ଼୍ କଥା କହେବେ।
ଛୁଆ ମନ୍, ଭୁଲି ଗଲେ ବୈଲେଁ !?
ବାକି ବେଙ୍ଗ୍ ମାନେ ବି ବୁଝ୍ଲେ କଥାର୍ ଉଜନ୍। ହଁ ତ, ଏତେ ଦିନୁ ମିଲ୍ଲା ମଉକାଟେ ବାଏଁ ବାଏଁ ଉଡିଯିବା।
ସଭେ କେ ସଭେ ଫେର୍ ଚିନ୍ତା ନ ପଡିଗଲେ। ଇଥିକେ ଉପେ କା’ଣା? ବାମ୍ହିନି ବେଙ୍ଗ୍ ମୁଡ଼୍କେ ଥର୍ ପାଁଚେ ଝଟ୍କା ମାରି ସାର୍ଲା ଉତାରୁ ଭିଲ୍ କିଛି ବାଟ୍ ନାଇଁ ଉହାଟି ପାରୁଥାଇଁ।
ଢୋଡୋ ବେଙ୍ଗର୍ ମୁଡ଼୍କେ ବୁଦ୍ଧିଟେ ଜୁଟ୍ଲା । ହେଲେ ଘୁଚ୍ ପେଲ୍ ହଉ ଥାଏ କହେବାକେ।
ତାର ଜାଙ୍ଗଲ୍ ସିନେ ବଡ଼୍, ହେଲେ ମୁଟା ବୁଦ୍ଧିଆ ବଲି ବେଙ୍ଗ୍ ରାଇଜେ ସଭେ ଜାନିଛନ୍। ତାର୍ କଥା ଶୁନି ଯଦି ଥୁର୍ଲେଇ ବସ୍ଲେ ! ଛୁଚେଁ ଛୁଚେଁ ଈଜତ୍ ପଲେଇ ଯିବା କାଏନ ! ତ ଚୁପ୍ ରହେବାର୍ଟା ଠିକ ହେବା ଭାବି ଚୁମ ପଡ଼ି ରହିଗଲା।
ବନିହାନ୍ ବେଲ୍ ତକ୍ କାହାରିର୍ ମୁଡ଼୍କେ କିଛି ଉପେ ନାଇଁ ଜୁଟ୍ଲା। ସମକୁ ଏତେ ବେଲ୍ ତକ୍ ଚୁପ୍ ଦେଖି ଆର୍ ଠହରି ନାଇଁ ପାର୍ଲା ଢଡୋ ବେଙ୍ଗା। ଟଁଟିକେ ଟିକେ ଖେର୍ରାଲା ମେତାର୍ କଲା। ବାକି ମାନ୍କଁର୍ ନଜର୍ ତା’ର୍ ଆଡ଼୍କେ ମୁଡ଼୍ଲା କି ଡରି ଡରି କହେଲା; ଥୁର୍ଲା ଥୁର୍ଲି ନାଇଁ କର୍ବ ବୈଲେ କଥା ପଦେ କହେମି।
ବୁଡିଗଲା ବେଲେ କୁଟା ଖଁଣେକେ ଆଶ୍ରା କଲା ବାଗିର୍ ସଭେ କେ ସଭେ ଢୋଡ଼ୋ ବେଙ୍ଗା ଆଡ଼େ ପଚ୍ରାଲା ନଜର୍ ଥିଁ ଦେଖ୍ଲେ।
ଏତ୍କର୍ ଟିକେ ଦମ୍ ପୁର୍ଲା ଢୋଡୋ ବେଙ୍ଗାର୍ ତ କହେଲା; ଗଛ୍ ବେଙ୍ଗା ଗଗା କିର୍ଲା ନାଇଁ କରି ଖାଲି ତିନ୍ ଥର୍ ତିନ୍ଟା ଅଲ୍ଗା ଅଲ୍ଗା ଡାଲ୍କେ ଡେଗି ଡେଗି ଯିବା । ଆର୍ ଫେର୍ ତାର୍ ଡାଲ୍କେ ଡେଗି ଡେଗି ଫିରି ଆଏବା। ଆମେ ତାର୍ ଉପ୍ରେ ନିଘା ରଖି ଥିମା ନିଜର୍ ନିଜର୍ ଠାନୁ। ତା’ର୍ ଫିର୍ବାର୍ ଦେଖ୍ଲାଁ ବୈଲେ ଜାନ୍ମା ମାଈ ବେଙ୍ଗା ସାରୁ ବୁଟା ପାଖ୍କେ ପୁହୁଁଚିଲାନ।
ଚିତ୍ରି ବେଙ୍ଗା ଖୁସୀନ ଡେଗି ପକାଲା। ଖୁସୀର୍ ମାଡେ ଉଛ୍ଲି ବସ୍ଲା ଫିର୍ ଫିରି ବେଙ୍ଗା।ସୁନିଲ ଛେତ୍ରୀ ଗୋଲ୍ଟେ ଦେଏତେ ଦେଏତେ ଖୁସୀନ ଦୁହି ହାତ୍ ଦୁହି ଆଡ଼୍କେ ପେସ୍ରେଇ ଅଧା ପଡ଼ିଆ ଖେପି ଗଲା ଲେଖେ ଡେନା ପେଶ୍ରେଇ ଚହଲାର୍ ଭାଁଆରେ ଉଡି ଆଏଲା ।
ବାମହିନି ବେଙ୍ଗାର୍ ଉଷତ୍ ଦେଖେ କିଏ ! ଢୋଡ଼ୋ ବେଙ୍ଗାର୍ ବୁଦ୍ଧିକେ ତାରିଫ୍ କରି କହି ପକାଲା; କାହାକେ କମ୍ ବୁଧିଆ ନାଇଁ ଭାବ୍ବାର୍ କଥା। ସମିଆ ଜାନି ସୁଦ୍ ଭେଭୋ ମାନକଁର୍ନୁ ଭିଲ୍ ବୁଧି ନେବାର୍କେ ହେସି। ବଢିଆ ବଢ଼ିଆ, ଢୋଡ଼ୋ ବେଙ୍ଗାର ବୁଦ୍ଧିକେ ମାନ୍ବାକେ ହେବା।
ପଛା ପଛ୍ ସଭେ ଢୋଡ଼ୋ ବେଙ୍ଗାର୍ ବୁଧିକେ ଓ୍ବା଼ଃ ଓ୍ବାଃ କଲେ ତ ଢୋଡ଼ୋ ବେଙ୍ଗା ଅଧା ଖୁସୀ ଅଧା ଲାଜେ କୁର୍ଲି ଉଠୁ ଥାଏ।
ସଭାକେ ହେତ୍କି ନ ସାରି ସଭେ ସିଧା ସାରୁ ବୁଟା ଆଡେ ମୁହୁଁଟାଲେ। ଗଛ୍ ବେଙ୍ଗା କଲେ ଚୁପ୍ ସର୍ଲି ସର୍ଲି ଯାଇ ବଢଲ୍ ଡାଲେ ପଜିସନ୍ ନେଲା।ବାକି ମାନେ ବି ନିଜର୍ ନିଜର୍ ସୁବିଧା ଠାନ୍ ଦେଖି ଜବ୍ଦି ରହେଲେ। ବାକି ସମକିରିର୍ ଆଏଁଖ୍ ମାନେ ବଢ଼ଲ୍ ଡାଲ୍ ଉପ୍ରେ ଥିର୍ ହେଇ ଥାଏ।
ଜହ ବେଲ୍ ଟାକ୍ବାକେ ନାଇଁ ପଡ଼୍ଲା। ଗାଁ ମୁଡ଼୍ସାର୍ ଧର୍ସା ତରେ ତରେ ମାଈ ବେଙ୍ଗା ଆସୁ ଥିବାର୍ ଦେଖ୍ଲା ଗଛ୍ ବେଙ୍ଗା। ହେ ଜହ ନାଇଁ; ମିନିଟ ଦଶ୍ଟା ନେ ସାରୁ ବୁଟା ପାଖ୍ ପାଖ୍ ହେଇଗଲା କି ଫକୋ ଫକୋ ତିନ୍ଟା ଡାଲ୍କେ ତିନ୍ ଡେଗାନ୍ ଦେଲା ଗଛ ବେଙ୍ଗା। ଆଉ ତିନ୍ ଡେଗାନେ ପୂର୍ବର୍ ଡାଲ୍କେ ଫିରି ବସ୍ଲା କି
ବାକି ସବୁ ବେଙ୍ଗା ବତ୍ରେ ବତ୍ରେ ସାରୁ ବୁଟାର୍ ଚାର୍ହି କୁତି ନିଜର୍ ନିଜର୍ ସଜେ ବସି ଗଲେ; ଯେନ୍ତା ବୁଟା ତଲ୍ର ସବୁ କଥା ଫଟିକ୍ ଫଟିକ୍ ଦିଶ୍ବା।
ମାଈ ବେଙ୍ଗା ବୁଟାକେ ପୁହୁଁଚେନି ପୁହୁଁଚେ ହେଉଛେ ଦେଖିକରି ଡର୍ହେ ହେତ୍କି ବେଲ୍ ତକ୍ ଜବ୍ଦି ଥିଲା ବେଙ୍ଗ୍ଲି ଛୁଆ ମାନେ ସାହାସ୍ ପାଇ ତାକର୍ ମାଁ ପାଖ୍କେ ନର୍ଦି ଗଲେ। ମାଈ ବେଙ୍ଗାର୍ ଚାର୍ହି କୁତି ଡେଗି ଡେଗି ଫିର୍ତେ ଫିର୍ତେ କହେଲେ, ମାଁ ଗୋ ମାଁ… ; ଆଏଜ କେଢ଼େ ଜଁତୁଟେ ଆଇ ଥିଲା !
ହେତ୍କି ବେଲକେ ମାଈ ବେଙ୍ଗା ଛୁଆକର୍ ମେଲେ ବୁଟା ତଲ୍କେ ପୁହୁଁଚି ଯାଇଥେନ। ମାଈ ବେଙ୍ଗା କହେଲା; ହଉ ହଉ, ଆଘୋ ଇ’ ଚରା ଗର୍ସେ ଲେଖା ଖାଇପକ ତ। ସକାଲଟାକୁ ଭୁଖେ ଅଛ। ଆଘୋ ତୁମର୍ ଭୁକ୍ଲା ପେଟ୍ ସମ୍ ସାମ୍ ହଉ। ହେ ଷଁହଡ଼୍ କଥା ବି ବୁଝ୍ମା ।
ଛୁଆକୁ ଚରା ପର୍ଷି ଦେଲା ବେଲ୍କେ ମାଈ ବେଙ୍ଗର୍ ମୁହେଁ ଅଲ୍ଗା ଛାଁଚେ ହଁସି ଧାର୍ଟେ ଚହଟି ଗଲା। କେତେ ଦିନୁ ଇ’ଦିନ୍ ଟାକେ ଟାକି ରହି ଥିଲା। ମନେ ମନେ କୁରୁଲି ଉଠୁଥେ, ଏତେ ଦିନ୍କେ ମଉକାଟେ ଆଇଛେ ଜାନିକରି।
ଛୁଆ ମାନକୁଁ ଗେଲ୍ ଲାଡ଼୍ କରି ପେଟେ ପେଟେ ଖୁଆଲା। ତେଥ୍ରୁଁ ସବୁ ଜାନି ସାରି ଥିଲେଁ ବି ନାଇଁ ଜାନ୍ଲା ବାଗିର୍ ଆବାଜ୍ ବନେ ଉଚା କରି ଛୁଆକୁ ପଚ୍ରାଲା ; ଯେନ୍ତା ଆଖର୍ ପାଖର୍ ଆଉ ପାଁଚ୍ଟା ଜଁତୁ ବି ଫଟିକ୍ ଶୁନି ପାର୍ବେ।
କା’ଣା କହୁଥିଲରେ ପୁତେ …? ବଢ଼୍ହେ ଜଁତୁଟେ ଆଇ ଥିଲା !? କେଡ଼େଟେ …, ମୋର୍ ନୁ ବି ବଡ଼୍ ??
ଛୁଏ ଏକେସାରି କହେଲେ, ହଁ ଗୋ ମାଁ, ବହୁତ୍ ବଡ଼୍।
ଇତାର ନୁ ବି ବଡ଼୍ ?
ହଁ…।
ଇତାର୍ନୁ ?
ହଁ ଗୋ ମାଁ, ଆର୍ କେତ୍ନି ବଡ଼ !
ଚହଲା ତରାର୍ ଭୁତ୍କା ମାନ୍କୁଁ, ଜୁନହାଁ ସର୍ଗି ଗଁଡିର୍ ପଛ୍ ଆଡୁ, ଟାଙ୍ଗୋ ପଥର୍ର ସେଆଡୁ,ଗୁଁଥା ଗୁଁଥି ହେଇ ଡୁମେର୍ ଗଛ୍ ଉପର୍କେ ମାଡି ଥିବାର୍ ଖୁର୍ସା ଆଉ ତାଇ ଲହର୍ ଫୁର୍ଙ୍ଗୁଲୁଁ ଜୁହି ଥିଲା ବେଙ୍ଗା ମାନକଁର୍ କାନ୍ ମାନ୍କେ ମାଈ-ଛୁଆକର୍ ପଚ୍ରା ଉଚ୍ରା ବଏଁଶୀର୍ ସୁର୍ ଲେଖେ ସୁରୁତ୍ ଲାଗି ବସ୍ଲା। ଏତ୍କର୍ ଜମକ୍ ଧର୍ବା ବଲି ସଭେ ମୁଡ଼୍ ମାନ୍କେ ଟେକି କରି ସାରୁ ବୁଟା ଆଡ଼୍କେ ନିଜର୍ ନିଜର୍ ନଜର୍ ମାନ୍କୁଁ ଫୋକସ୍ କଲେ। ବେଙ୍ଗ ପୁଟି ମାନେ ବର୍କଷ୍ ବେଙ୍ଗ୍ ମାନ୍କଁର୍ ପିଠି ଲଦାଟେଙ୍ଗ୍ରା ପିଠ୍ଗୁନା ହେଇ କେନ୍ତା ହେବାଗା… ବଲି ମୁଟ୍ ମୁଟ୍ ଦେଖୁଥନ୍ ।
ବେଙ୍ଗା ମାନେ ଦେଖୁଛନ୍। ମାଈ ବେଙ୍ଗାର୍ ପେଟ୍ ଫୁଲବାର୍ କଥା। ଇତାର୍ କା’ଣା ମୁହଁ ଫୁଲୁଛେ। ୟେ ବୁଆ, ମୁହଁ କେଡ଼େ ହେଇ ଫୁଲ୍ଲା ନ…, ଆର ଫାଟ ବାର ନାଇଁ କେନ୍ତା !?
ଭାଆଁରେ ଜୁହିଥିଲା ବେଙ୍ଗ୍ଯାକର୍ କାବା ହେଇ ଦେଖୁଛନ୍; କା’ଣା ଗୁଟେ ଟେପେ ପାଖ୍କେ ଲମ୍ଲାନ, କେତେ ଉସାର୍ ପିସାର୍ ହେଇ ଜହ୍ନି ମେତାର୍ ଫୁଲୁଛେ ଯେ ରେ। ଇ ତା’ର୍, ସେ ଇତାର୍ ମୁହଁକେ ଦେଖା ଦେଖି ହେଇ ବସଲେ। କିହେ କିଛି ବୁଝି ନାଇଁ ପାରୁ ଥାଇଁ। ବନେକରି ଦେଖ୍ବାକେ ଯେ ଯାହାର୍ ବତ୍ରେ ଚେଷ୍ଟା କରୁଥନ୍।
ହଁ ତ, ଜହ୍ନିଟେ ମେତାର୍ ତ ଫଟିକ୍ ଦିଶୁଛେ। ଆର୍ ଟିକେ ପାଖ୍କେ ଲାଗିଗଲେ ହେତା ଯେ …. ଭାବି ବସଲା ବେଲକେ ଢୋ…କରି ଆବାଜ୍ଟେ ହେଲା। ବେଙ୍ଗମାନେ ଦେଖଲେ ଜହ୍ନି ଛିନ୍ ଛତର୍ ହେଇଗଲା।
ବଢ଼େ ଉଷତ୍ ହେଇ ସଭେକେ ସଭେ ତତା ପନା ନିଜର୍ ନିଜର୍ ଠାନ୍ ଛାଡ଼ି ଦଉଡିଲେ ମାଈ ବେଙ୍ଗା କେନ୍ତା ଛେତ୍କା ହେଇ ମରି ପଡିଥିବା ଦେଖ୍ବାକେ।
ବୁଟା ପାଖ୍କେ ଲାଗି ଆସି ଦେଖ୍ଲା ବେଲ୍କେ ବେଙ୍ଗ୍ ଛୁଆ ମାନ୍କଁର୍ ହାତେ ଲାଲ୍, ହଲ୍ଦିଆ, ନାରଙ୍ଗି, ସାଗୁଆ ଫୁକା ଗୁଟେ ଗୁଟେ ଧରେଇ ମାଈ ବେଙ୍ଗା ନିଜେ ହଲ୍ଦିଆ ଫୁକାଟେ ଧରିଥେ। ନିଜେ ଫୁକି ଫୁକି ଛୁଆକୁ ବି ଫୁକ୍ବାକେ ତହଁକଉ ଥେ’ ।
କେନ୍ତା, ମଜା ଲାଗ୍ଲା କି ନି ? ଏତ୍କର୍ ତୁମେ ମୋତେ ଦେଖି ଦେଖି ତୁମର୍ ଫୁକା ମାନ୍କୁଁ ଫୁକିକରି ପବନ୍ ଭର।
ମାଈ ବେଙ୍ଗା ଫୁକାର୍ ମୁହଁକେ ନିଜର୍ ମୁହେଁ ଲଗେଇ କରି ଫୁକ୍ଲା। ତାର୍ ଦେଖାଶୁଖା ଛୁଆମାନେ ବି ଫୁକ୍ଲେ।
ମାଈ ବେଙ୍ଗା ଫୁକି ଲାଗି ଥାଏ। ଦେଖା ଦେଖି ଛୁଆମାନେ ବି ଫୁକୁଥନ୍।
ଫୁଃ…ଉ
ଫୁଃ…ଉ
……..
ଢୋ
ଢା
ଢୋ
ଢା
ଢୋ….
ଉତାତୁହା ସମ୍କିରିର୍ ଫୁକା ଫାଟ୍ତେଲ ଗଲା। ଛୁଆମାନେ ବଢ଼େ ଉଷତ୍ ହେଇ ଡେଗି ଡେଗି ନାଚୁଥନ୍।
ତାକର୍ ମାଁର୍ ଚାର୍ହିକୁତି ଡେଗି ଡେଗି ମତେ ଆର୍ ଗୁଟେ, ମତେ ଆର୍ ଗୁଟେ ବଲି ମାଗୁଥନ୍ ।
ଭାଆଁରେ ବେଢି ଥିଲା ବେଙ୍ଗା ମାନେ ଆଁ ଫାରି, ଭକୁଆ ହେଇ ଦେଖୁଥନ୍।
ଛୁଆକୁଁ ଆର୍ ଗୁଟେ ଲେଖା ଫୁକା ଦେଇ ମାଈ ବେଙ୍ଗା କହେଲା; ପିଲେ, ତୁମର୍ ତୁମର୍ ଖେଲୁଥ ଘାଏ । ଛୁଆ ଖେଲେ ମାତଲେ କି ସାରୁ ବୁଟାର୍ ଚାର୍ହି କୁତି ନଜର୍ଟେ ପଁହରେଇ ନେଲା ମାଈ ବେଙ୍ଗା।
ବେଙ୍ଗ ସମାଜକେ ଫଟ୍କରାଲା ଢଙ୍ଗେ ବକଲା;
ହଏରେ ରଇଖିଏ…,ଲାଜ୍ ସର ନାଇଁ ତୁମର୍ ମୁହଁ ମାନ୍କୁଁ ! ନିଜର୍ ଜାତିର୍ ଜଁତୁ କର୍ ଗୁଲ୍ ଗୁଲା ଦେଖ୍ବାକେ ସଧୋ କରୁଛ !! ଗିଧା କି ରାବନ୍ କେନ୍ତା ଘିଚି ନାଇଁ ନେବାର୍ ଯେ ତୁମ୍କୁଁ ମାନ୍କୁଁ।
ମୋର୍ ମାଁ ସିନେ ଚୁଆଁ ଭିତ୍ରୁ ଭଁଟାକେ ଜହ ନାଇଁ ବାହାରୁ ଥାଇଁ କି ବାହାରିଲେ ବି ଚୁଆଁ ତରୁ ତରୁ ଚରା ସଁଖ୍ଲି ଫିରି ଯଉଥିଲା ବଲି ଦୁନିଆଁ କଥା ନାଇଁ ଜାନୁ ଥାଇଁ। ତାହା ବଲି ମତେ ଭିଲ୍ ଭକୁଏନ୍ ଥାବ୍ କରିଛ ?
ମୋର୍ ମାଁ ବୁପ୍ରି ଅକାଲେ ମରିଗଲା। ଡର୍ହେ ମୋଇ ବାକି ଭାଏ ବୁହେନ୍ ସଭେ ଯେ ଯେନ୍ ଆଡେ ଛିଚି ବିଛି ହେଇ ପଲାଲେ ।
ଢଡ଼ୋ ବେଙ୍ଗା ଆଡେ ମୁହଁଟେଇ କରି କହେଲା, ବାକି ମାନକର୍ କଥା ଛାଡ। ତୁଇତ ହକ୍ କକା ଅଉ। ଆମ୍କୁ ବାଲୁତ୍ ମାନକୁଁ ସଁଖ୍ଲା ବୁଟ୍ଲା କର୍ବା ବଲି ମୋର୍ ବୁଆ ମୋର୍ ମାଏସିକେ ବୁଝା ସୁଝା କରି ଆନ୍ବାକେ କେତେ ମନାବୁଝା କରୁଥିଲା।
ହେନ୍ତା ବେଲ୍କେ ସାହା ପଟିଆ ହେତୁ କାଏଁ; ଉଲ୍ଟା ମାଆସିକେ ଫସେଇ କରି ଧରି ପଲାଲୁ। ଆମର୍ ବାଲୁତ୍ ମାନ୍କର୍ ଗୁଲ୍ଗୁଲା ଦେଖି ତୋର୍ ରକତ୍ ଟିକେ ବି ନାଇଁ ଟକ୍ମକାଲା। ମୋର୍ ବୁଆ ମୋର୍ ମାଁ କେ ଝୁରି ଝୁରି ମାସେ ନାଇଁ ଯାଇଁ ମରିଗଲା। ଆଏଜ୍ ଫେର୍ ଇ ବାଏବି ମାନକଁର୍ ସାଙ୍ଗେ ମିଶିକରି ମୋର୍ ମରନ୍ ଦେଖି ଆସିଛୁ ! ଟିକେ ଲାଏଜ୍ ସରମ୍ ବି ନାଇଁ !? ଧଏନ୍ ତୋର୍ କକା ପନ୍ । ଛି,…, ଥୁ..ଉ !!
ଏତ୍କର୍ ବାମ୍ହିନି ବେଙ୍ଗାର୍ ପାଲି ପଡ଼ଲା । ହଏଗୋ ଗୁସେଇଁ, ତୁମକୁ ପରେ ମାହାପୁରୁ ବାମ୍ହନ୍ କୁଲେ ଜନମ୍ ଦେଇଛେ। ସଁସାର୍କେ ଭଲ୍ ମନ୍ଦ୍ ରାସ୍ତା ଦେଖାବ ବଲିଁ !? ଇଟା ତୁମର୍ ଗିଆନ୍। ପୁଡିଯଉ ତୁମର୍ ଶାସ୍ତର୍ ଗିଆନ୍ ! ପୁଡ଼ିଯଉ ତୁମର୍ ବର୍ହମ୍ ପଏତା । ଉଚ୍ଚ କୁଲେ ଜନମ୍ ନେଇ ଏତେ ନିଚ୍ କବାର୍ କେନ୍ତା କରୁଛ ଗୋ ? ତୁମେ ପରେ କହେସ, ହେ ଉଦୁଛେ ବୁଡୁଛେ ଯେ ସବୁ ଦେଖୁଛେ ବଲି ?
ବଢ଼େ ଆଶେ ମଜା ଦେଖ୍ବାକେ ଆଇ ଥିଲା ବେଙ୍ଗା ମାନେ ମୁଡ଼୍ ତଲ୍ କରି ଖାଲି କାନ୍ ମୁଡ଼୍ ସୁଆଁଲୁଥନ୍ । ମାଈ ବେଙ୍ଗାର୍ ଗଗା କିର୍ଲା ଶୁନି ଚାର୍ହିକୁତି ଟିକ୍ରା ଯାକିର୍ ଘୁଲି, ଶାମ୍କୋଲ, ଟେଙ୍ଗ୍ଟା, ମୈନା,ଚଁଟିଆ ଆଉ ଆର୍ ଆର୍ ଜୀବ୍ ଜଁତୁ ଭିଡ଼ ଜମାଲେନ। ବେଙ୍ଗା ମାନ୍କୁଁ ଲାଜେ ସର୍ମେ ଭୁଇଁ ଭିତରେ ପଶି ଯାଏତେ କାଏଁ ଭଲିଆ ଲାଗୁଥେ। ବାଏଙ୍ଗନ୍ ପଲ୍ଲି ଆମ୍ ଖାଏବାକେ ଟୁଣ୍ ମୁଡ଼୍ ସଜେଇ ଆସିକରି ଅବଗା ଟିର୍କେଲ ଆମୁଲ ଚାଟ୍ଲା ମେତାର୍ ଲାଗୁଥେ ସମ୍କୁଁ। ପଲାବାକେ ବି ଦମ୍ ନାଇଁ ପୁରୁଥେ କାହାରିର୍। ଗୋଡ଼୍ ହାତ୍ ସପ୍ ସପ୍ ବସି ଯଉଥେ।
ମନ୍ଭର ସଁପି କୁଦି ସାଏଲା ଉତାରୁ ମାଈ ବେଙ୍ଗା ଛୁଆକ ପାଖ୍କେ ଫିରିଗଲା। ସମ୍କୁଁ ବୁଝେଇ କରି କହେଲା, ଦେଖ୍ଲ ତ ପିଲେ ଆମର୍ ବେଙ୍ଗା ଜାତିର୍ ଚଲନ୍। ମୁନୁଷ୍ ବୁଦ୍ଧି ଗୁଲାମୁଲା ଉତ୍ରେଇ ଆନିଛନ୍।
ସୋଜ୍ ସୋଜ୍ ଆଉ ଗଁଅଲିଆ କଵି ଲିଖିଛନ୍;
“ସବୁ ଜଁତୁକୁଁ ପର୍ତେ ଯିବ
ଲମ୍ ଲମ୍ ଲେଞ୍ଜ୍।
ଦୁଇଟା ଜଁତୁକୁଁ ତର୍କି ଥିବ
ମୁନୁଷ୍ ଆରୁ ବେଙ୍ଗ୍।।”
ଇ’ ମରନ୍ ଖିଏ ଇନ ପଡି ଥଉନ୍। ଚାଲରେ ପୁତେ ଚାଲ, ଉପର୍ ମୁଡା ନ ଆମେ ଆମର୍ ନୂଆଁ ରାଏଜ୍ଟେ ଗଢ଼୍ମା।
ସେ ଦିନୁ ମାଈ ବେଙ୍ଗାର୍ ବଂଶାରି ଆମର୍ ଗାଁର୍ ଉପର୍ ମୁଡାକେ ଆବରି ରହିଛନ୍। ଦିନୁ ଦିନ୍କେ ବଢ଼ି ବଢ଼ି ମୁଡ଼ା ଭର୍ଭର୍ ଚାପି ଗଲେନ। କେଭେ କେନ୍ତା ନିଜର୍ ନିଜର୍ ଭିତରେ ଗୁତା-ଉଚାର୍ ନାଇଁ ହ’ନ୍ ; ହେନ୍ତା ବି ନୁହେଁ। ଘାଏ ଘାଏ ହେସନ୍। ହେଲେ ହେ ଛନେକର୍ ଲାଗି। ଆର ଘାଏକେ ଫେର୍ ମିଶି ଗୁଟେ ହେଇ ଯାଏସନ୍। ସଭେ ସମକିରିର୍ ଖଙ୍ଗେ ବଢେ ବେଲେ ହାତେ ପାଦେ ସାହେଜ୍ କରା କୁରି ହେଇ ବନେ ସୁଖେ ଚଲୁଛନ୍।
ଡୋଳାମଣି ତ୍ରିପାଠୀ
ପାଇକମାଳ, ଜି :ବରଗଡ଼
ମୋ:ନ:୯୯୩୮୫୫୨୪୬୭