ଶ୍ରୀକୃଷ୍ଣ ସେଇଠୁ ରାଗିକି ବୋଧେ ଚାଳିଶି ପଇଁଚାଳିଶି ମିନିଟ ଧରି କଣ ସବୁ ସଂସ୍କୃତରେ ବକିଲେ, ( ଯାହାକୁ ଆମେ ଆଜି ଗୀତା ବୋଲି କହୁଚୁ ) ତା ପରେ ଯାଇ ଯାହା ହେବା କଥା ହେଲା ।
୨୦୦୬ ମସିହାରେ ମୁଁ କଣ ଗୋଟେ ଆର୍ଟିକିଲ ଲେଖିଥିଲି, ସେଥିରୁ ପାରାଏ ପାଇଲି । ସେଇ ପାରାକ ଏଇଠି ଉଦ୍ଧାର କରୁଛି ।
ଆମ ପରମ୍ପରା ହେଉଛି ନାୟକ ପୂଜା ପରମ୍ପରା । ଆମ ସମାଜରେ ଯଦି କେହି ବୁଦ୍ଧି ବଳ ଖଟେଇ ଆପଦ ବିପଦରୁ ଅନ୍ଯମାନଙ୍କୁ ରକ୍ଷା କଲା କିମ୍ୱା ଭଲ ବାଟ ଦେଖେଇଲା, ଆମେ ତାକୁ ସହଯୋଗ କରୁନା, ତା ପରି ହେବାକୁ ଚେଷ୍ଟା କରୁନା । ଆମେ ତାକୁ ତତକ୍ଷଣାତ୍ ଇଂରାଜୀରେ ହୀରୋ, ଓଡିଆରେ ନାୟକ, ପୁରାଣ ଭାଷାରେ ଅବତାର ବନେଇ ଦେଉ ।
ଉଦାହରଣ ସ୍ୱରୂପ ତେନ୍ଦୁଲକର ଯଦି ଭଲ ଖେଳିଲା, ତାହେଲେ ସେ ହିଁ କେବଳ ଭଲ ଖେଳିକି ଇଣ୍ଡିଆକୁ ଜିତେଇବ, ଆଉ ଅନ୍ଯକେହି ତେନ୍ଦୁଲକର ହେଇପାରିବେ ନାହିଁ କି, ହେବାକୁ ଚେଷ୍ଟା ମଧ୍ଯ କରିବେ ନାହିଁ ।
ଇଏ ଆମର ଆଜିକା ପରମ୍ପରା ନୁହେଁ ଆଜ୍ଞା, ଏ ପରମ୍ପରା ମୋ ଜାଣିବାରେ କୃଷ୍ଣଙ୍କ ଅମଳରୁ ଅଛି, ତା ପୂର୍ବରୁ ବି ଥାଇପାରେ ।
ତାଡକା ବିଷ ପେଇବାକୁ ଆଇଲା, ଯାହା ହେଲେ ବି ସେ ତ ଗୋଟେ ମାଆ ନା ! ଏଡେ ଅପୂର୍ବ ସୁନ୍ଦର କାହ୍ନାକୁ କଂସ କଥାରେ ପଡି କେମିତି ମାରିବ ସେଇ କଥା ଭାବି ଭାବି ଦେଲାରୁ ସେ ହଠାତ୍ ମରିଗଲା ।
ଆଉ ଯୋଉ ଦୁଷ୍ଟ ପ୍ରକୃତିର ଲୋକ, ଜୀବଜନ୍ତୁଙ୍କୁ କଂସ ପଠେଇଲା, କୃଷ୍ଣ ସାହସ ଦେଇ କହିଲେ ପିଟ କୃଷ୍ଣଙ୍କ ସହ ଗୋପ ବାଳକମାନେ ତାଙ୍କ ଗାଈ ରଖା କେନ୍ଦୁବାଡିରେ ସେଗୁଡାଙ୍କୁ ଘେରିପେରି ପିଟିପିଟି ମାରିଦେଲେ, ଶକଟାସୂର ମଲା, ବକାସୁର ମଲା, ପ୍ରଳମ୍ୱାସୁର ବି ବୋଧେ ମଲା ନା କଣ । ମୋର ଏତେ ପୁରାଣ ଜ୍ଞାନ ନାହିିଁ, ସେସବୁ ପଢିଥିଲେ ତ ଜାଣନ୍ତି ନା !
ସେ ଯାହାହେଉ, ମଥୁରାପୁରିଆ ଏକଥା ଶୁଣି ଭୟରେ କହିଲେ ଗୋପପୁରରେ ଭଗବାନ ଜନ୍ମ ନେଇଛନ୍ତି । ତା ପରେ ତ କାହ୍ନା ଗୋପପୁର ହୀରୋ ମଥୁରାପୁରିଆଙ୍କ ଅବତାର ।
ଆଖ ପାଖର ଲୋକେ କନଫର୍ମ ହେଇଗଲେ ଯେ, କାହ୍ନା ହିଁ କେବଳ ସବୁ ପାରିବ, ତେଣୁ କାଳୀୟ ଉତ୍ପାତ କଲା, କାହ୍ନାକୁ ଡାକ,
ଇନ୍ଦ୍ର ସାତ ଦିନ ବର୍ଷିଲା, ଗୋବର୍ଦ୍ଧନ ପର୍ବତ ଟେକିବାକୁ ପଡିବ ତ କାହ୍ନାକୁ ଡାକ ।
ମାନେ ଗୋବର୍ଦ୍ଧନ ପର୍ବତ ଖୋଲ ସେଫ୍ ଜାଗା, ଯେତେ ବର୍ଷା ହେଲେ ବି ଅତଡା ଧସିବନି, ତମେ ଭୟ କରନି, ହେଇ ଦେଖ ମୁଁ କାଣି ଆଙ୍ଗୁଠିରେ ତାକୁ ଅଟକେଇ ରଖିଛି ।
( ଭଗବାନ ଅବଶ୍ୟ କାଣି ଆଙ୍ଗୁଠିରେ ପର୍ବତ ଟେକି ପାରିବେ, ସେ ସୁପର୍ ସାଇନ୍ସ କଥା ବୁଝିବାକୁ ଆମମାନଙ୍କର ବୟସ ଓ ସାମର୍ଥ୍ୟ ହେଇନଥିଲେ କଥାଟାକୁ ଏହିପରି ବୁଝିବା ହୁଅନ୍ତୁ )
କଂସ ଅତ୍ଯାଚାର କଲା, ଅକ୍ରୁରକୁ ପଠେଇ କାହ୍ନାକୁ ଡାକ । ଶେଷକୁ ଭୀମ ଅର୍ଜୁନ ଭଳିଆ ଭେଣ୍ଡିଆ ଗୁଡାଙ୍କୁ ଦୁର୍ଯ୍ଯୋଧନ ଭାଗ ଦେଲା ନାହିଁ, ସେମାନେ ରାଜ୍ଯ ଛାଡି ଜଙ୍ଗଲକୁ ପଳେଇଲେ ପଛକେ ସମସ୍ଯା ସହ ଲଢିଲେ ନାହିଁ । ବରଂ ଜଙ୍ଗଲ ଭିତରେ ଶୁଖିଲା ରୁଟି ଖାଇ, ଢୋକେ ପାଣି ପିଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କଲେ –
ହେ ପ୍ରଭୁ ! ଆମେ ନିଃସହାୟ, ନିର୍ବଳ, ଦୁର୍ବଳ, ଅନାଥ,
ଆମକୁ କେବଳ ତୁ ହିଁ ରକ୍ଷା କରିପାରିବୁ । ତେଣୁ ପ୍ରଭୁ ତୁ ଦୁର୍ଯ୍ଯୋଧନ ସାଙ୍ଗରେ ଲଢିକି, ଆମ ଜମି ଭାଗ ଆମକୁ ଫେରେଇ ଦେ।
ଶ୍ରୀକୃଷ୍ଣ ବଡ ଅଡୁଆରେ ପଡିଲେ, ଭାବିଲେ ଏ ଲୋକଗୁଡା ନିଜ ସମସ୍ଯା ସମାଧାନ ପାଇଁ ମଧ୍ଯ ନିଜେ ଲଢୁ ନାହାନ୍ତି । ଶ୍ରୀକୃଷ୍ଣ ଦେଖିଲେ, ସବୁରି ମୂଳରେ ଏ ନାୟକ ପୂଜା ମାନସିକତା ବା ହୀରୋ ଓରସିପ୍ ପରମ୍ପରା ହିଁ ସବୁ ଗଡବଡ କରୁଚି । ନିଜପାଇଁ ନିଜେ ଲଢେଇ କରିବାକୁ ସେ ଭୀମ ଅର୍ଜୁନ ଇତ୍ୟାଦିଙ୍କୁ ବୁଝାଇଲେ, ଦଶ ତିରିଶି ବର୍ଷ ଲଗାତର ବୁଝେଇ ଚାଲିଲେ, ଶେଷରେ ଲଢିବାପାଇଁ ସେମାନେ ରାଜି ହେଲେ ।
ଆରେ ଭାଇ ଲଢିବାକୁ ଦିନେ ଦି ଦିନ ବାକି ଅଛି, ସାହାଯ୍ୟ ପାଇଁ ଅର୍ଜୁନ ଯାଇ ଶ୍ରୀକୃଷ୍ଣଙ୍କ ନିକଟରେ ହାଜର, ଭଗବାନ ରାଗିଗଲେ କି କଣ, ତାଙ୍କ ସବୁଯାକ ସୈନ୍ଯକୁ ଦୁର୍ଯ୍ଯୋଧନକୁ ଦେଇ ଦେଲେ ।
ଅର୍ଜୁନ କହିଲା, ପ୍ରଭୁ ଯାହା କଲ କଲ, ସୈନ୍ଯ ତ ସବୁ ତାଙ୍କୁ ଦେଇଦେଲ, ଅନ୍ତତ ତମେ ଏକୁଟିଆ ଆମ ପକ୍ଷରୁ ଲଢ ।
ଶ୍ରୀକୃଷ୍ଣ କହିଲେ ଟୋଟାଲି ମୁଁ ଅସ୍ତ୍ର ଧରିବି ନାହିଁ ।
ଅର୍ଜୁନ କହିଲେ, ହଉ ଆଜ୍ଞା, ତାହା ବି ହେଉ, ଆପଣ ଅସ୍ତ୍ର ନଧରିବେ ନାହିଁ, ଦୟାକରି ଟିକେ ଆମ ରଥରେ ମୋ ପାଖରେ ବସିଲେ ଆମର ସାହସ ପାଇବ ।
ଶ୍ରୀକୃଷ୍ଣ କହିଲେ ହଉ ।
କିନ୍ତୁ ସେତିକିରେ କଥା ସରିଲା ନାହିଁ । ରଣ କ୍ଷେତ୍ରରେ ପହଞ୍ଚିଲା ପରେ, ଅର୍ଜୁନ କୌରବ ପକ୍ଷର ବିଶାଳ ସେନା ଓ ରଥି ମହାରଥୀ ତଥା ନିଜର ପ୍ରିୟଜନମାନଙ୍କୁ ଦେଖି ଧନୁଶର ଛାଡି କାନ୍ଦିବା ଆରମ୍ଭ କଲା । କହିଲା, ପ୍ରଭୁ! ଏଡେ ବଡ ସମସ୍ଯା ସହ ମୁଁ ଲଢି ପାରିବି ନାହିଁ ।
ଶ୍ରୀକୃଷ୍ଣ ସେଇଠୁ ରାଗିକି ବୋଧେ ଚାଳିଶି ପଇଁଚାଳିଶି ମିନିଟ ଧରି କଣ ସବୁ ସଂସ୍କୃତରେ ବକିଲେ, ( ଯାହାକୁ ଆମେ ଆଜି ଗୀତା ବୋଲି କହୁଚୁ ) ତା ପରେ ଯାଇ ଯାହା ହେବା କଥା ହେଲା ।
ତେଣୁ କୁହାଯାଏ,
ଯତ୍ର ଯୋଗେଶ୍ୱରଃ କୃଷ୍ଣୋ
ଯତ୍ର ପାର୍ଥୋ ଧନୁର୍ଦ୍ଧରଃ
ତତ୍ର ଶ୍ରୀର୍ବିଜୟୋ ଭୂତିର୍ଧ୍ରୁବା ନୀତିର୍ମତିର୍ମମ
ତେଣୁ ବିନା ଭଗବାନରେ କି ବିନା ଅର୍ଜୁନରେ ଲୀଳା ମାଧୁର୍ଯ୍ଯ ହୀନ, ଅସମ୍ଭବ । ପବନ ବେଲୁନ ଭିତରେ ପଶିଥିବ, ପବନ ବେଲୁନକୁ ଘେରିକି ରହିଥିବ, ତାହେଲେ ସିନା ବେଲୁନ ଉଡିବ ।
କେହି କେହି ମଧ୍ଯ ଭାବୁ ଥାଆନ୍ତି ଯେ ବେଲୁନରେ ତ ପବନ ପଶିଲେ ଉଡିବ, ସେଠି ବାୟୁମଣ୍ଡଳର ଆବଶ୍ଯକତା କଣ !!
ଏମିତି ଏମିତି ଈଶ୍ୱରଙ୍କ ସଂସାର ଚାଲେ ବୋଧେ
– ଲକ୍ଷ୍ମୀଧର ନାୟକ
Mo Lekha: Facebook post- 20.03.2020