ଆସିଲା ହୋଲି – ୩ : ବନ୍ଦନା

Share it

ଆମ ସଂସ୍କୃତି ଆମ ପରମ୍ପରା …

ଦୋଳପୂର୍ଣ୍ଣିମା ବା ବସନ୍ତ ଉତ୍ସବ ଅବସରରେ ପ୍ରକୃତିପ୍ରେମୀ ଗୋପାଳମାନେ ଅତିଆନନ୍ଦ ଓ ଉଲ୍ଲାସରେ ଗାଉଥିବା ଓଗାଳ

୧. ବନ୍ଦନା

ଜୟ ଜୟ ବୃନ୍ଦାବନ ବିହାରୀ
ରାଧାରମଣ ଆହେ ବଂଶୀଧାରୀ ।

ଜୟ ଗୋକୁଳ ଗୋପାଳ ଚଂଦ୍ରମା
ଘନଶ୍ଯାମ ଯଦୁବଂଶ ଗାରିମା ।

ଜୟ ମୁକୁନ୍ଦ ମାଧବ ମୂରତି
ନନ୍ଦ ଯଶୋଦା ନୟନ ସମ୍ପତ୍ତି ।

ଜୟ ଅଚ୍ଯୁତ ଅନାଦି ଅନନ୍ତ
କୃଷ୍ଣ କେଶବ ଜୟ ଗୋପୀନାଥ ।

ଜୟ ଦୀନବନ୍ଧୁ ଦୟାସାଗର
ଶଂଖ ଚକ୍ର କମଳ ଗଦାଧର ।

ଜୟ ଦେବାଧିଦେବ ଦାମୋଦର
ନନ୍ଦ ନନ୍ଦନ ହେ ବ୍ରଜ ସୁନ୍ଦର ।

ଜୟ ମଦନ ମୋହନ ଗୋବିନ୍ଦ
ଅନ୍ତର୍ଯ୍ଯାମୀ ପୁରୁଷ ଆଦିକନ୍ଦ ।

ଜୟ କମଳ ଲୋଚନ ଶ୍ରୀହରି
ନୀଳମଣି ନାରାୟଣ ମୁରାରୀ ।

ଜୟ ଜଗନ୍ନାଥ ଜଗମୋହନ
ବସୁଦେବ ସୁତ ବଂଶୀବଦନ ।

ଜୟ ଜଗଦୀଶ ପ୍ରେମ ମୂରତି
ଗୀତେ ବନ୍ଦଇ ପାମର ଅଚ୍ଯୁତି ।

( କ୍ରମଶଃ )


Share it

Leave a comment

Your email address will not be published. Required fields are marked *

Verified by MonsterInsights